ଶ୍ରବଣ, ପଠନ, ମନନ ଓ ଭ୍ରମଣ ସହିତ ଜୀବନର ବ୍ୟାଖ୍ୟା, ପୁସ୍ତକ ଓ ଜୀବନର ଧାରା ମାନଙ୍କର ବ୍ୟାଖ୍ୟା । ଏହି ବ୍ୟାଖ୍ୟା କେବଳ ପୁସ୍ତକ-ସୀମିତ ନୁହେଁ ଯଦିଓ ଆମ ଜୀବନରେ ଚଳନଶୀଳା ଓ ପ୍ରେରଣାଦାୟିନୀ ଜନନୀରୂପେ ପୁସ୍ତକ ମାନଙ୍କର ଏକ ଗଭୀର ଭୂମିକା ରହିଛି । ଆମ ପୁସ୍ତକ, ଜୀବନ ସ୍ରୋତ ଓ ଜୀବନର ବ୍ୟାଖ୍ୟା ଆମର ଅନୁଭବ, ଭ୍ରମଣ, ଯାତ୍ରା ଓ ଚେତନାର ମାନ ଓ ଆସ୍ପୃହା ଅନୁସାରେ ସଂକୀର୍ଣ୍ଣ ହୋଇପାରେ ବା ବ୍ୟାପ୍ତ ହୋଇପାରେ । ସାରା ପୃଥିବୀରେ ଏବେ ସଂକୀର୍ଣ୍ଣ ବ୍ୟାଖ୍ୟା ସବୁବେଳେ ପ୍ରଭାବଶାଳୀ ହୋଇ ମୁଣ୍ଡ ଟେକୁଛନ୍ତି । ପୁସ୍ତକ ଓ ଜୀବନର ଆକ୍ଷରିକ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି; ପୁସ୍ତକ ଓ ଜୀବନ ମଧ୍ୟରେ ଯେଉଁ ଶାନ୍ତ ପ୍ରତୀକାତ୍ମକ ଅର୍ଥ ରହିଛି ଆମେ ତାହାକୁ ଭୁଲିଯାଇଛୁଁ । ଜୀବନର ଆବଦ୍ଧ ଓ ସଂକୀର୍ଣ୍ଣ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି । ଆମର ରାଜନୀତି, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ ଆଜି ସଂକୀର୍ଣ୍ଣ ବ୍ୟାଖ୍ୟାକାରମାନଙ୍କ ହାତରେ । ଏହି କ୍ଷେତ୍ରରେ ଆମର ଜୀବନ ଓ ଜୀବନ ବ୍ୟାଖ୍ୟାକୁ ବ୍ୟାପ୍ତ କରିବାକୁ ହୋଇଥାଏ । ଆମର ପ୍ରେମ, ଶ୍ରମ, ଶିକ୍ଷଣ ଓ ବ୍ୟାଖ୍ୟାର ବ୍ୟାପ୍ତି ଆମ ସମାଜ, ସଂସ୍କୃତି ଓ ବିଶ୍ୱରେ କ୍ରାନ୍ତି ଆଣେ... ଏହି କ୍ରାନ୍ତି ଉଭୟେ ବାହାରର କ୍ରାନ୍ତି ଓ ଅନ୍ତରର କ୍ରାନ୍ତି; ସାମାଜିକ-ରାଜନୈତିକ ଓ ଅର୍ଥନୈତିକ କ୍ରାନ୍ତି ଏବଂ ନୈତିକ ଓ ଆଧ୍ୟାତ୍ମିକ କ୍ରାନ୍ତି ।

Byakhya, Byapti O Kranti
322
Byakhya, Byapti O Kranti
322Paperback
Product Details
| ISBN-13: | 9781645607366 |
|---|---|
| Publisher: | Black Eagle Books |
| Publication date: | 09/09/2025 |
| Pages: | 322 |
| Product dimensions: | 5.50(w) x 8.50(h) x 0.72(d) |
| Language: | Oriya |