ବୃତ୍ତି-ରାଜନୀତି, ପ୍ରବୃତ୍ତି-ସାହିତ୍ୟ ଅଭିରୁଚି । ଗୋଟେ ପଟେ କର୍ମର କଠୋର ଅନୁଶାସନ, ଅନ୍ୟପଟେ ଛାତି ଭିତରର ଅକୁହା ସ୍ପନ୍ଦନ । ବୁଝିପାରୁଥିବେ ଗୋଟିଏ ଦେହ-ମନଧାରୀ ମଣିଷଟେ କେତେ ଛଟପଟ ହୁଏ । ଆତ୍ମମୁକ୍ତି ପ୍ରତିଟି ମଣିଷର ଚିରନ୍ତନ ଉଦ୍ଦେଶ୍ୟ ହେଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନରେ ଆତ୍ମମୁକ୍ତିର ମାର୍ଗ ସମୟେ ସମୟେ ରୁଦ୍ଧ ହୋଇଯାଏ ନାହିଁ କି? ସାଧାରଣ ମଣିଷର ସବୁତକ ପ୍ରବୃତ୍ତି, ଜଗତର ପ୍ରତ୍ୟେକ ଜୀବନ ପାଇଁ ଛାତିର ପ୍ରେମ, କରୁଣା, ଦୟା ସହ ନିଜକୁ ନିଃଶେଷ କରି ସନ୍ତାପିତ ଜଗତକୁ ଶାନ୍ତ, ବ୍ୟବସ୍ଥିତ ଓ ସୁନ୍ଦର କରିବାର ଇଚ୍ଛା ମୋ ଭିତରେ । ସବୁବେଳେ ଭାବେ ମଣିଷଟେ ଏହି ଧରାତଳୁ ବିଦାୟ ନେଲା ପରେ ତା'ର ଅବଶିଷ୍ଟ ସାରାଂଶ ଭାବେ କ'ଣ ରହେ! ପ୍ରଖର ସ୍ରୋତସ୍ୱିନୀଟେ ଶୁଷ୍କ ହୋଇଗଲେ ତା' ଧାରର ଅବଶେଷରେ କିଛି ଗୋଡ଼ି, ପଥର, ଗେଣ୍ଡା ଓ ଶାମୁକାର ଖୋଳପା ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆମେ ଦେଖିଥାଉ । ମଣିଷ ଜୀବନ ମଧ୍ୟ ସେଇଆ । ସେ ଚାଲିଗଲା ପରେ ଏବଂ ସଂସାରରୁ ତା' ପାଦଚିହ୍ନ ଲିଭିଗଲା ପରେ ଯଦି କିଛି ରହିଥାଏ, ତାହା ହୁଏତ ହୃଦୟକୁ ସ୍ପର୍ଶ କରିଥିବା, ମଳୟର ସ୍ମୃତି, ତା' ମିଠା ଶବ୍ଦର ମର୍ମର, ମହତ୍ ଦାନର ସ୍ମାରକୀ, ପ୍ରେମର କିଛି ଓଜନିଆ ଦୀର୍ଘଶ୍ୱାସ, ଅବା ପୁନର୍ଜନ୍ମ ପାଇଁ ସୁଦୀର୍ଘ ଅପେକ୍ଷାର କାହାଣୀ ଅବା ପ୍ରତିମୁହୂର୍ତ୍ତରେ ନଥିବା ମଣିଷକୁ ବିକଳ ହୋଇ ଖୋଜୁଥିବା ମଣିଷଙ୍କ ଉଦାସ ଆଖିର କରୁଣ ଦୃଷ୍ଟି । ଯଦି ସମୟ ସବୁ କ୍ଷତକୁ ଭରିଦିଏ ଏବଂ ସବୁ ଅନୁଭବକୁ ପୋଛିଦିଏ ତେବେ ମୋ ସମୟର ଅନୁଭବ, ମୋ ଛାତିର ଆବୁରୁଜାବୁରୁ କ୍ରିୟାକଳାପ, ମୋ ଏକଲାପଣ ଆଉ ସଂସାର ପାଇଁ ମୋ ଅସୀମ ଆତୁର ପ୍ରୀତିର ସାକ୍ଷୀ କିଏ? ତେଣୁ ମୋ ଶବ୍ଦଙ୍କୁ ସମୟର ଏଇ ରାତି-ଦିନର ଚକ୍ରରେ ମିଳେଇ ଯିବାକୁ ଦେବିନି ବୋଲି ଏ 'ସବ୍ୟସାଚୀର ଶବ୍ଦ'ଙ୍କୁ ଲିପିବଦ୍ଧ କରି ଆପଣମାନଙ୍କ ଆଗରେ ରଖିଯିବାକୁ ଚାହିଁଲି । ଆଶା କରୁଛି ଆଜି, କାଲି କିମ୍ବା ପରବର୍ତ୍ତୀ କୌଣସି ଦିନରେ କେବେ ଆପଣମାନେ ଏ କବିତାକୁ ପଢ଼ିବେ ଏବଂ ବୁଝିପାରିବେ ।

Sabyasachira Sabda
86
Sabyasachira Sabda
86Paperback
Product Details
ISBN-13: | 9781645606680 |
---|---|
Publisher: | Black Eagle Books |
Publication date: | 04/14/2025 |
Pages: | 86 |
Product dimensions: | 5.50(w) x 8.50(h) x 0.21(d) |
Language: | Assamese |